ବିଜେପି ସାଂସଦଙ୍କୁ ହତ୍ୟା ଧମକ !!

ନୂଆଦିଲ୍ଲୀ : ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ଇ-ମେଲ୍ ଯୋଗେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ଦିଆଯାଇଛି । ସପ୍ତାହକ ମଧ୍ୟରେ ଗମ୍ଭୀରଙ୍କୁ ତୃତୀୟ ଥର ଏହି ହତ୍ୟା ଧମକ ମିଳିଛି । ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ରବିବାର ଦିନ ପାକିସ୍ତାନର କରାଚିରୁ ଏହିପରି ବାର୍ତ୍ତା “ଆଇଏସ୍ କାଶ୍ମୀର” ନାମକ ଏକ ଇମେଲ୍ ଆଇଡିରୁ ଆସିଛି । “ଦିଲ୍ଲୀ ପୋଲିସ ଏବଂ ଆଇପିଏସ୍ ଶ୍ୱେତା ଚୌହାନ ଯିଏକି ଡିସିପି କିଛି କରିପାରିବେ ନାହିଁ ବୋଲି ମେଲରେ ଉଲ୍ଲେଖ କରାଯାଇଛି ।

ଜାତୀୟ ଗଣମାଧୟମରେ ପ୍ରସାରିତ ଖବର ଅନୁଯାୟି ସକାଳ ପ୍ରାୟ ୧.୩୭ ସମୟରେ ଇମେଲ୍ ଆସିଥିଲା । ଡିସିପି ଚୌହାନଙ୍କୁ ଲେଖିଥିବା ପତ୍ରରେ ଗମ୍ଭୀରଙ୍କ ସେକ୍ରେଟାରି ଗୌରବ ଆରୋରା ନଭେମ୍ବର ୨୪ ରେ କହିଛନ୍ତି, “ସାଂସଦ ଗମ୍ଭୀରଙ୍କ ଅଫିସିଆଲ ଇମେଲରେ ଆମେ ଆଇଏସଆଇଏସ କାଶ୍ମୀରରୁ ଏକ ଇମେଲ ପାଇଛୁ। ଏହି ମେଲରେ ସାଂସଦ ଏବଂ ତାଙ୍କ ପରିବାର ପ୍ରତି ମୃତ୍ୟୁ ଧମକ ଦିଆଯାଇଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ଏହି ବିଷୟ ଉପରେ ଦୃଷ୍ଟି ଦିଅନ୍ତୁ ଏବଂ ଏକ ମାମଲା ରୁଜୁ କରନ୍ତୁ । ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି ।

Comments are closed.