ଚିଲିକାରେ ମାତିଲେ ପକ୍ଷୀ ଶୀକାରୀ !!

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଚିଲିକାରେ ପକ୍ଷୀ ମାନଙ୍କ ଭୀଡ ଜମିବା ଆରମ୍ଭ ନହେଉଣୁ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି | ଦିନ ବେଳା ବି ପକ୍ଷୀ ଶୀକାର କରିବାକୁ ପଛ ଘୁଂଚା ଦେଉ ନାହାଁନ୍ତି ଶୀକାରୀ | ଆଜି ଜଣେ ପକ୍ଷୀ ଶୀକାରୀ ପକ୍ଷୀ ଶୀକାର କରିବା ବେଳେ ଧରିଲା ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ | ଟାଙ୍ଗୀ ରେଂଜ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଜଣେ ପକ୍ଷୀ ଶୀକାରୀକୁ ଗିରଫ କରାଯାଇଛି | ଶୀକାରୀ ନିକଟରୁ ଗୋଟିଏ ଗଡୱାଲ ,ଗୋଟିଏ ପିନଟେଲ,୨ ଟି କମନ୍ କୁଟ୍ଓ ୨ ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ସହ ୬ ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି | ଗିରଫ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ସୁନ୍ଦର ପୁର ଚାରି ଘରିଆ ପାଟଣା ଗ୍ରାମର ୪୪ ବର୍ଷୀୟ ବିଦ୍ୟାଧର ରାଉତ ବୋଲି ଜଣା ପଡିଛି | ଶୀକାରୀ ମାନେ ନୀରୀହ
ପକ୍ଷୀ ମାନଙ୍କୁ କଇଁ ଫୁଲ କେଶରରେ ଫୁରାଡନ୍ ଭଳି ମାରାତ୍ମକ ଵିଷ ଦେଇ ଶୀକାର କରୁଥିବା ଜଣା ପଡିଛି | ଅପରପଟେ ଏହି ଦୁଇଜଣ ଶୀକାରଙ୍କୁ କୋର୍ଟ ଚାଲାଣ କରା ଯାଉଛି | ଏହି ପକ୍ଷୀ ଶୀକାରୀ ଗିରଫ ଘଟଣା ଚଳିତ ବର୍ଷର ପ୍ରଥମ ଘଟଣା | ତେବେ ବନ୍ୟ ପ୍ରାଣୀ ବିଭାଗ ପେଟ୍ରୋଲିଂ କରୁନଥିବା ଯୋଗୁଁ ଏଭଳି ଶୀକାର ବୃଦ୍ଧି ପାଉଥିବା ଜନ ସାଧାରଣ ମତ ପ୍ରକାଶ କରିଛନ୍ତି |

Comments are closed.