ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଖୋର୍ଦ୍ଧା ବିଧାୟକ , ଜାଣନ୍ତୁ କାହିଁକି
ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଅପରାହ୍ନ 3 ଟାରେ ଖୋର୍ଦ୍ଧା ସହର ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କଙ୍କୁ ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ କୃତ୍ୱଜ୍ଞତା ଜ୍ଞାପନ କରାଯାଇଛି | ଖୋର୍ଦ୍ଧା ସହରାଞ୍ଚଳରେ ମୁକ୍ତା ଯୋଜନାରେ 6 କୋଟି 48 ଲକ୍ଷ ଟଙ୍କା ମଂଜୁର କରିଥିବାରୁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କଙ୍କୁ ଧନ୍ୟବାଦ ଜଣାଇବା ସହ ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବା କ୍ଷେତ୍ରରେ ତାଙ୍କର ଏହି ଅପୂରଣୀୟ ଅବଦାନକୁ ପ୍ରଶଂସା କରିଥିଲେ | ଖୋର୍ଦ୍ଧା ସହରରେ ପ୍ରତି ୱାର୍ଡରେ ଓପନ ଜିମ ,କମ୍ୟୁନିଟ ହଲ କରାଯିବା ସହ କ୍ରୀଡା କ୍ଷେତ୍ରରେ ଅବହେଳିତ ହୋଇ ପଡିଥିବା ସ୍ଥାନୀୟ ଖେଳ ପଡ଼ିଆର ଉନ୍ନତିକରଣ କରାଯିବ | ଏହି ସାମ୍ବାଦିକ ସମିଳନୀରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର,ମୋ ଓଡିଶା ପରିବାର ସଂଯାଜକ ଦୀପକ ହୋତା ,ଖୋର୍ଦ୍ଧା ବିଜେଡି ମିଡ଼ିଆ ସେଲ ସେକ୍ରେଟାରୀ ଗୌତମ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ |
Comments are closed.