ଶେଷରେ ନଇଁଲେ ସରକାର , ୩ଟି କୃଷି ଆଇନ ହେଲା ପ୍ରତ୍ୟାହାର !!

ନୂଆଦିଲ୍ଲୀ : ଶେଷରେ ୩ଟି କୃଷି ଆଇନ ପ୍ରତ୍ୟାହାର କଲେ କେଙ୍କ୍ସଦର ସରକାର | ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ସେ ଘୋଷଣା କରିଛନ୍ତି । ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି , ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ଦୋଳନରତ କୃଷକଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି

। କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି କିନ୍ତୁ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ଟୁଇଟ କରି ସୁଚନା ଦେଇଛନ୍ତି ଯେ “ଏବେ ଆମେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଅପେକ୍ଷା କରିବୁ ଏମଏସପି ବ୍ୟତିତ ଅନ୍ୟ ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ କହିବା ଉଚିତ” ।

Comments are closed.