ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମନ୍ଦିର ଗୁଡିକରେ ଭକ୍ତଙ୍କ ସମାଗମ

ବଲାଙ୍ଗୀର(ଶମ୍ଭୁ ପ୍ରସାଦ ସାହୁ) : କାର୍ତ୍ତିକ ମାସ ହେଉଛି ଏକ ଧାର୍ମିକ ମାସ । ଏହି ମାସର ଶେଷଦିନରେ ଭଗବାନ ମହାଦେବ ଓ ମାତା ପାର୍ବତୀଙ୍କ ପୁତ୍ର କାର୍ତ୍ତିକଙ୍କ ଜନ୍ମ ହେଇଥିବାରୁ ଲୋକମାନେ ମାସ ସାରା ଧର୍ମ,ଦାନ, ପୂଜା କରି କାର୍ତ୍ତିକେୟ ଙ୍କ ମୂର୍ତ୍ତି ମେଢ଼ ନିର୍ମାଣ କରି ପୂଜା କରିଥାନ୍ତି । କାର୍ତ୍ତିକ ମାସ ସାରା ଯେଉଁ ହବିସ୍ୟାଳି ମାନେ ପୂଜା କରିଥାନ୍ତି ଆଜି ସେମାନେ ପୂଜା କୁ ଶେଷ କରିଥାନ୍ତି । ଏହି ଶେଷଦିନକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଇଥାଏ । ପୂର୍ବକାଳରେ ସାଧବ ପୁଅ ମାନେ ଏହିଦିନ ସମୁଦ୍ର ରେ ନୌକା ସାହାଯ୍ୟରେ ଦୂର ଦେଶବିଦେଶକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ ଏବଂ ସାଧବ ବୋହୂ ଝିଅ ମାନେ ନୌକା କୁ ସୁସଜ୍ଜିତ କରି ଧୂପ ଦୀପ ଦେଇ ସେମାନଙ୍କୁ ବନ୍ଦାପନା କରି ବିଦାୟ ଦେଉଥିଲେ । ସେଥିପାଇଁ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଲୋକମାନେ ସୋଲ କଦଳି ନାଡରେ ଡ଼ଙ୍ଗା ତିଆରି କରି ଧୂପ,ଦୀପ ଓ ପାନଗୁଆ ଦେଇ ଭସାଇଥାନ୍ତି |
ଅପରପଟେ ଆଜି ତୁଷୁରା ସହର ର ଲୋକମାନେ ବଡି ଭୋରୁ ସ୍ନାନ ସାରି ନଦୀ ବା ପୋଖରୀ ରେ ଡଙ୍ଗା ଭସାଇ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥିଲେ

Comments are closed.