ଗାନ୍ଧୀ ଜୟନ୍ତୀରେ ବଡ ଫଇସଲା, ଜମ୍ମୁର କିଛି ନେତାଙ୍କ ଉପରୁ ହଟିଲା ନଜରବନ୍ଦୀ
ଶ୍ରୀନଗର: ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜମ୍ମୁ-କଶ୍ମୀର ପ୍ରଶାସନ ବଡ ଫଇସଲା ଗ୍ରହଣ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀରେ ଥିବା କିଛି ନେତାଙ୍କ ଉପରୁ ଏବେ ଏହାକୁ ହଟାଇଦେଇଛି ପ୍ରଶାସନ । ଡୋଗରା ସ୍ୱାଭିମାନ ସଙ୍ଗଠନ ପାର୍ଟି ଅଧ୍ୟକ୍ଷ ଚୌଧୁରୀ ଲାଲ୍ ସିଂ ସମେତ କିଛି ବିରୋଧୀ ଦଳ ନେତାଙ୍କ ଉପରୁ ଏହି ନଜର ବନ୍ଦୀ ଉଠାଯାଇଛି । ସେହିପରି ନ୍ୟାସନାଲ କନଫରେନ୍ସ, କଂଗ୍ରେସ ପାର୍ଟିର ବିଭିନ୍ନ ରାଜନୈତିକ ନେତାଙ୍କ ଉପରୁ ନଜର ବନ୍ଦୀ ଉଠାଯାଇଛି ।
ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଉଭୟ ଜମ୍ମୁ ଓ କଶ୍ମୀରର ବହୁ ନେତାଙ୍କୁ ନଜରବନ୍ଦୀ କରାଯାଇଥିଲା । ଏମାନଙ୍କ ମଧ୍ୟରେ ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ, ଅମର ଅବଦୁଲ୍ଲାଙ୍କ ସମେତ ବହୁ ନେତା ସାମିଲ ଥିଲେ ।
Comments are closed.