ସରକାରଙ୍କ ଦ୍ୱାରା ଲଞ୍ଚ ହେଲା ଗାଇ ଗୋବରରେ ପ୍ରସ୍ତୁତ ସାବୁନ, ଦାମ୍ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

ନୂଆଦିଲ୍ଲୀ,୨ ।୧୦: ଖାଇବା-ପିଇବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାରର ସମସ୍ତ ସାମଗ୍ରୀ ପାଇଁ ଆଧୁନିକ ଯୁବପିଢୀମାନେ ରାସାୟନିକ ପ୍ରଣାଳୀ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ପ୍ରାକୃତିକ ଉପାୟରେ ଗାଇ ଗୋବରରୁ ସାବୁନ ପ୍ରସ୍ତୁତ ହୋଇଛି ।

ଯଦି ଆପଣ ଭାବୁଥିବେ କି, ଗାଇ ଗୋବରରୁ କିଭଳି ସାବନୁ ପ୍ରସ୍ତୁତ ହୋଇପାରିବ, ତେବେ ଏହାକୁ ସତରେ ପରିଣତ କରିଛି ଖଦୀ ଓ ଗ୍ରମୋଦ୍ୟୋଗ ବିଭାଗ । ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ସାବୁନକୁ ଲଞ୍ଚ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ ।

ତେବେ ସାଧାରଣ ସାବୁନର ଦାମ୍ ୩୦ରୁ ୪୦ ଟଙ୍କା ହୋଇଥିବା ଗାଇ ଗୋବରୁ ପ୍ରସ୍ତୁତ ସାବୁନର ଦାମ୍ ୧୨୫ ଟଙ୍କା ରହିଛି । ଏହା ଶରୀର ପାଇଁ ବିଶେଷ ଉପଯୋଗୀ ହେବା ସହ ଏହା କୌଣସି ଖରାପ ପ୍ରଭାବ ପକାଇନଥାଏ । ଖଦୀ ଓ ଗ୍ରମୋଦ୍ୟୋଗ ବିଭାଗ ପକ୍ଷରୁ ଏହି ସାବୁନକୁ ନେଇ ଆଗାମୀ ୨ ବର୍ଷ ମଧ୍ୟରେ ୧୦ ହଜାର କୋଟି ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସାବୁନ୍ ସହିତ ବାଉଁଶରେ ପ୍ରସ୍ତୁତ ପାଣି ବୋତଲ ମଧ୍ୟ ଲଞ୍ଚ କରିଛନ୍ତି ।

 

Comments are closed.