ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବୁ: ମାଓବାଦୀ

ରାୟଗଡ ଜିଲ୍ଲା କଲ୍ୟାଣସଂହପୁର ବ୍ଲକ୍ ପରସଲି ଅଞ୍ଚଳରେ ପୁଣି ଥରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଆସନ୍ତାକାଲି ହେବାକୁ ଯାଉଥିବା ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି । ମାଓ ପୋଷ୍ଟର ମଧ୍ୟରୁ ଗୋଟିଏ ଅଙ୍ଗନବାଡି କେନ୍ଦ୍ରରେ ଲଗାଯାଇଥିବା ବେଳେ ଆଉ ୩ଟି ପୋଷ୍ଟର ନିକଟସ୍ଥ ମାର୍କେଟରେ ଲଗାଯାଇଛି । ମାଓବାଦୀମାନେ ନିଜର ଦାବୀ ପୂରଣ ନହେଉଥିବାରୁ ଏପରି କାଣ୍ଡ ଘଟାଇଛନ୍ତି ବୋଲି ଅନୁମାନ କରାଯାଉଛି ।

Comments are closed.