ଆତଙ୍କବାଦୀ ଆକ୍ରମଣ ସନ୍ଦେହ; ସୁରକ୍ଷା ବ୍ୟବସ୍ଥାରେ କଡାକଡି ନଜର

ଆସନ୍ତାକାଲି ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ପ୍ରକାଶ ଯେ, ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଦିଲ୍ଲୀରେ ଆକ୍ରମଣ କରିପାରନ୍ତି । କାଶ୍ମୀର ରାସ୍ତା ଦେଇ ଜୈଶ-ଏ-ମହମ୍ମଦର ୪ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଯାଇଛି । କୁହାଯାଇଛି ଯେ, ଏଥିରେ ଜୈଶ-ଏ-ମହମ୍ମଦର କମାଣ୍ଡର ଇବ୍ରାହିମ ପଞ୍ଜାବିର ହାତ ରହିଛି । ସେଥିପାଇଁ ଦିଲ୍ଲୀ ରାସ୍ତାରେ ବ୍ୟାରିଗେଟ୍ ଲଗାଇ ପରିସ୍ଥିତିରେ ନଜର ରଖାଯିବା ସହ ଲାଲକିଲ୍ଲା, ପାର୍ଲାମେନଟ ଭବନ, ନର୍ଥ ଓ ସାଉଥ ବ୍ଲକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହାସହ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି ।

Comments are closed.