ସିଏସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ କପିଲ ଦେବ

ନୂଆଦିଲ୍ଲୀ,୨ ।୧୦: ସିଏସି କ୍ରିକେଟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପଦରୁ ଆଜି ଇସ୍ତଫା ଦେଇଛନ୍ତି କପିଲ ଦେବ । କପିଲ ପଦ ଛାଡିବାର ପ୍ରକୃତ କାରଣ କହିନଥିବା ବେଳେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ସିଓଏଙ୍କୁ ଇ-ମେଲ କରି ସେ ଏହି ବିଷୟରେ ସୂଚନା ଦେଇଛନ୍ତି । ସିଏସିର ପ୍ରମୁଖ ବିନୋଦ ରାୟ ଓ ବିସିସିଆଇର ସିଇଓ ରାହୁଲ ଜୋହରଙ୍କୁ କପିଲ ଏହି ମେଲ କରିଥିଲେ । ତେବେ ବିସିସିଆଇର ଏଥିକ୍ସ କମିଟିର ନୋଟିସ ପରେ କପିଲ ଦେବ ନିଜ ପଦରୁ ଇସ୍ତଫା ଦେଇଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ଏସ୍ ରଙ୍ଗାସ୍ୱାମୀଙ୍କୁ ମଧ୍ୟ କମିଟି ପକ୍ଷରୁ ଏଭଳି ନୋଟିସ୍ ପଠାଯାଇଥିଲା ।

ତେବେ ଜୁଲାଇ ମାସରେ ସିଏସିର ଅଧ୍ୟକ୍ଷ ପଦରେ କପିଲଙ୍କୁ ନିଯୁକ୍ତ କରାଯାଇଥିଲା । କମିଟିର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଦଳର କୋଚ୍ ଭାବେ କପିଲଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

Comments are closed.