ବିଦେଶରେ ପ୍ରସିଦ୍ଧ କଲିକତା “ଝାଲମୁଢି” ଏକ୍ସପ୍ରେସ୍ : ଜାଣନ୍ତୁ ଜଣେ ସଫଳ ବ୍ୟବସାୟୀଙ୍କ କାହାଣୀ

ଲଣ୍ଡନରେ ପୁଣି ଝାଲମୁଢି, ଏକଥା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବ । ପରନ୍ତୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ । ଇଂଲଣ୍ଡରେ ଭାରତୀୟ ଡିସ୍ ଭିତରେ ଚିକେନ୍ ଟିକା ମସଲା ଆଦି ପ୍ରସିଦ୍ଧ ଥିବା ବେଳେ ଏବେ ଏଥିରେ ଆଉ ଏକ ଡିସ୍ ଯୋଡି ହୋଇଯାଇଛି, ଯାହାର ନାମ “ଝାଲମୁଢି” ଏକ୍ସପ୍ରେସ୍ ।
ବ୍ରିଟିଶର ସେଫ୍ ଅନଗସ ଡେନୁନ୍ ଥରେ କଲିକତା ଭ୍ରମଣ କରିବାକୁ ଆସିଥିବା ବେଳେ ପ୍ରଥମଥର ପାଇଁ ରାସ୍ତା କଡରେ ଝାଲମୁଢିର ମଜା ନେଇଥିଲେ । ପରେ ସେ ଝାଲମୁଢିକୁ ନିଜ ହିସାବରେ ଇଂଲଣ୍ଡର ରାଜରାସ୍ତାରେ ପ୍ରସ୍ତୁତ କରି ବିକ୍ରି କରିଛନ୍ତି, ଯାହାକୁ ଖାଇବାପାଇଁ ଡେନୁନଙ୍କ ଦୋକାନ ନିକଟରେ ପ୍ରତ୍ୟେହ ଅସଂଖ୍ୟ ଭିଡ ଦେଖିବାକୁ ମିଳୁଛି । ଏଥିରେ ମିଶ୍ରିତ ଥିବା ମୁଢି, ରୋଷ୍ଟଡ୍ ପାଉଡର୍, ଲାଲ୍ ଲଙ୍ଗା ଗୁଣ୍ଡ, ଲୁଣ,ଲେମ୍ବୁ, ବୁଟ ଆଦି ଚଟପଟା ଖାଦ୍ୟର ମଜା ବେଶ୍ ଆନନ୍ଦର ସହ ଉଠାଉଛନ୍ତି ଇଂଲଣ୍ଡବାସୀ ଏବଂ ବିଦେଶରେ ରହୁଥିବା ଭାରତୀୟମାନେ ।

Comments are closed.