ରେଲୱେ ଟ୍ରାକରେ ବୋମା ଥିବା ସନ୍ଦେହ : ଟ୍ରେନ୍ ଚଳାଚଳ ବନ୍ଦ

ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍‌ ନିକଟସ୍ଥ ରେଳେଓ୍ଵ ଟ୍ରାକ୍‌ରେ ବୋମା ଥିବା ସନ୍ଦେହରେ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପୁରୀ- ଖୋର୍ଦ୍ଧକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଲିସଙ୍କ ସୂଚନା ଅନୁସାରେ, ବୀରପୁରୁଷୋତ୍ତମପୁରର କେତେକ ବାସିନ୍ଦା ଆଜି ସକାଳେ ରେଲୱେ ଟ୍ରାକରେ ଏକ ଆଟାଚରେ ବିଦ୍ୟୁତ ତାର ଓ ଏକ ପ୍ଲାଷ୍ଟିକ ଡବା ସଂଯୁକ୍ତ ହୋଇ ରହିଥିବାର ଦେଖିବାକୁ ପାଇଥିଲେ । ଏନେଇ ରେଳବାଇକୁ ଅବଗତ କରାଇବା ଦ୍ୱାରା ଆଟାଚରେ ବୋମାଥିବା ସନ୍ଦେହ କରାଯାଇ ସେହି ରୁଟର ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି । ଫଳରେ ଡେଲାଙ୍ଗ ଷ୍ଟେସନରେ ପୁରୀ- ଅନୁଗୁଳ ଟ୍ରେନ୍‌ ଅଟକି ରହିଥିଲା ଏବଂ ପୁରୀ-ଖୋର୍ଦ୍ଧା ଟ୍ରେନ୍, ମେମୁ ଟ୍ରେନ୍ ବନ୍ଦ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷାକର୍ମୀମାନେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି ।

Comments are closed.