ଆରମ୍ଭ ହେବ ଭୁବନେଶ୍ୱର-ଅହମ୍ମଦାବାଦ ବିମାନ ସେବା

ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଅହମ୍ମଦାବାଦ ବିମାନ ସେବା । ଭୁବନେଶ୍ୱରରୁ ଗୁଜୁରାଟର ଅହମ୍ମାଦାବାଦକୁ ପ୍ରଥମଥର ପାଇଁ ଇଣ୍ଡିଗୋ ଉଡାଣ ଭରିବ । ବିମାନ ୬ଇ-୯୫୩ ସକାଳ ୮ଟା ୫୫ରେ ଅହମ୍ମଦାବାଦରୁ ବାହାରି ୧୧ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ପୁନଃ ୬ଇ-୯୫୪ ଭୁବନେଶ୍ୱରରୁ ୧୧ଟା ୫୫ରେ ବାହାରି ଅହମ୍ମଦାବାଦରେ ୨ଟା ୧୦ରେ ପହଞ୍ଚିବ ।
ଏହା ସହିତ ଅନ୍ୟ ଏକ ଇଣ୍ଡିଗୋ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଉଡାଣ ଭରିବ । ଏହାଦ୍ୱାରା ଇଣ୍ଡିଗୋ ବିମାନ ସଂଖ୍ୟା ୪ରେ ପହଞ୍ଚିବ ।

Comments are closed.