ଆଇଏନଏସ ଚିଲିକା ଦ୍ୱାରା ଅବସରପ୍ରାପ୍ତ ନାବିକମାନଙ୍କ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଆଜାଦୀ କା ଅମୃତ ମହୋତ୍ସବ, ସ୍ୱର୍ଣ୍ଣିମ ବିଜୟ ବର୍ଷ ଏବଂ ଆଗାମୀ ନୌସେନା ଦିବସ ପାଳନ ଅବସରରେ, ଆଇ.ଏନ.ଏସ ଚିଲିକା ଗତକାଲି ଭେଟେରାନ୍ ନାବିକ ଫୋରମ୍ (ଓଡିଶା) ର ସଦସ୍ୟମାନଙ୍କ ଏକ ଦିନିଆ ଭ୍ରମଣର ଆୟୋଜନ କରିଥିଲା । ଏହି ଅବସରରେ କମୋରେଡ଼ ଏନପି ପ୍ରଦୀପ, ନାଭାଲ ଅଫିସର ଇନଚାର୍ଜ (ଓଡିଶା) , କମାଣ୍ଡିଂ ଅଫିସର ଆଇଏନଏସ ଚିଲିକା ଏବଂ ବିନ୍ଦୁ ପ୍ରଦିପ, ସଭାପତି ଏନଡବ୍ଲୁଡବ୍ଲୁଏ, ଚିଲିକାର ୧୨୦ ଜଣ ନାଭାଲ ଭେଟେରାନ ଏବଂ ସେମାନଙ୍କ ପରିବାରକୁ ମିଶାଇ ସମୁଦାୟ ୨୯୦ ଜଣ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଏହି ଭେଟେରାନ୍ ମାନଙ୍କୁ ଉକ୍ତ ସମ୍ମାନଜନକ ପ୍ରତିଷ୍ଠାନରେ ସେମାନଙ୍କର ଗୌରବମୟ ସମୟର ପ୍ରଶିକ୍ଷଣର ସ୍ମୃତି ଏବଂ ଅଭିଜ୍ଞତାକୁ ଉପଭୋଗ କରିବାର ସୁଯୋଗ ଦିଆଯାଇଥିଲା । ଦେଶ ତଥା ଭାରତୀୟ ନୌସେନା ପ୍ରତି ସେମାନଙ୍କର ନିସ୍ୱାର୍ଥପର ସେବାର ଏକ ସ୍ୱୀକୃତି ଭାବରେ ଏହା ଭେଟେରାନମାନଙ୍କ ପାଇଁ ଏକ ଭାବୁକ ମୁହୂର୍ତ୍ତ ଥିଲା।
Comments are closed.