ଜଳେଶ୍ବର ରେ ଆତ୍ମହତ୍ୟା କରିଥିବା ଚାଷୀ ଲଷ୍ମୀଧର ଜେନା ଙ୍କ ପରିବାରଙ୍କୁ ଭେଟିଲେ ଡ଼ ଏ ଚେଲ୍ଲାକୁମାର

ଜଳେଶ୍ୱର ବ୍ଲକର ଆରୁହା ପଞ୍ଚାୟତର ଶାଳୀକୋଠା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ଜେନା ଗତ ୧୬ ତାରିଖରେ ଆତ୍ମହତ୍ୟା କରିଛନ୍ତି l ସେ ୪ଏକର ଜମିରେ ଧାନ ଚାଷ କରିଥିଲେ l ମାତ୍ର ଚକଡା ପୋକ ତାଙ୍କ ଫସଲ କୁ ନଷ୍ଟ କରିଦେଲା l ଏହି ଚାଷ ପାଇଁ ସେ ୨ ଲକ୍ଷ ଟଙ୍କା ଗାଉଁଲି ସୁଧରେଋଣ କରିଥିଲେ l ଚାଷ କ୍ଷତି ଓ ରୁଣ ର ବୋଝ ଯୋଗୁଁ ସେ ଘାସ ମାରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି l
ତାଙ୍କ ପରିବାର କୁ ଯାଇ ଭେଟି ଥିଲେ ଏ ଆଇ ସି ସି ର ସାଧାରଣ ସମ୍ପାଦକ ଡ ଏ ଚେଲା କୁମାର, ସଂପାଦକ ଶ୍ରୀ ରୁଦ୍ର ରାଜୁ, ବାଲେଶ୍ବର କଂଗ୍ରେସ ର ନେତା ନବ ଜ୍ୟୋତି ପଟ୍ଟନାୟକ, ଜଳେଶ୍ୱର ନେତା ସୁଦର୍ଶନ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ପିସିସି ସମ୍ପାଦକ ପଦ୍ମକର ଗୁରୁ ପ୍ରମୁଖ l
ଭାଗ ଚାଷ ସମସ୍ୟା ପାଇଁ ରାଜ୍ୟର ବହୁ ଚାଷୀ ଆଜି ଚରମ ଦୁଖ ଦୁର୍ଦ୍ଦଶା ଭୋଗୁଛନ୍ତି l ରାଜ୍ୟ ସରକାର ଭାଗ ଚାଷୀ ମାନଙ୍କ ପାଇଁ ନୂଆ ଆଇନ ଆଣିବାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି l କଂଗ୍ରେସ ଏଥି ପାଇଁ ଦୃଢ଼ ପଦକ୍ଷେପ ନେବ ବୋଲି ଚେଲା କୁମାର କହିଛନ୍ତି l ତାଙ୍କର ଏହି ଗସ୍ତ ସମୟରେ ସେ ଲକ୍ଷ୍ମୀ ନାରୟଣଙ୍କ ସ୍ତୀ ଙ୍କୁ ୨୫ ହଜାର ଟଙ୍କାର ସାହାଯ୍ୟ ମଧ୍ୟ କରିଛନ୍ତି l

Comments are closed.