ମୋଦୀ ଷ୍ଟାଡିୟମରେ ଭାରତର ମହାବିଜୟ

ଅହମ୍ମଦାବାଦ,୬ ।୩: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଇଂଲଣ୍ଡ ବିରୋଧ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ଇନିଂସ ଓ ୨୫ ରନରେ ଇଂଲଣ୍ଡକୁ ହରାଇଛି ଟିମ୍ ଇଣ୍ଡିଆ । ୩-୧ରେ ଟେଷ୍ଟ ସିରିଜରେ ଜିତିଛି ଭାରତ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନ କରିଥିବା ବେଳେ ଭାରତ ୩୬୫ ରନ୍ ହାସଲ କରିଥିଲା । ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୩୫ରେ ସୀମିତ ରହିଥିଲା । ୫ ୱିକେଟ ଲେଖାଏଁ ହାତେଇଛନ୍ତି ଅକ୍ଷୟ ପଟେଲ ଓ ଅଶ୍ୱିନୀ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ଫେଲ ମାରିଥିଲା। ପଡିଆ ମଧ୍ୟରେ ଭାରତୀୟ ଷ୍ଟାର ସ୍ପିନ୍ ଯୋଡି ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଇଂଲଣ୍ଡକୁ ଧରାଶୟୀ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲୀ ୫ ଏବଂ ଡୋମ୍ ଶିବଲୀ ୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ।

ତେବେ ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲକୁ ଯାଇଛି ଭାରତ । ଲର୍ଡସରେ ଖୋଳାଯିବ ବିଶ୍ୱ ଟେଷ୍ଟ ଚାମ୍ପଅନସିପ ଫାଇନାଲ । ନ୍ୟୁଜିଲ୍ୟାଣ୍ଡ ସହ ଫାଇନାଲ ଖେଳିବ ଭାରତ ।

Comments are closed.