ଭୁବନେଶ୍ୱରରେ ହତ୍ୟା ଘଟଣାର ଆସିଲା ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ସିଆରପି ଛକରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିବା ଘଟଣାର ଆସିଲା ପୁରା ତଥ୍ୟ । ସୂଚନା ମୁତାବକ, ପିକଅପ୍ ଭ୍ୟାନରେ ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ଘଟଣା ତୀବ୍ର ହୋଇଥିଲା ଓ ସେମାନେ ହାତାହାତି ହୋଇଥିଲେ । ଏହି ସମୟରେ ଧାରୁଆ ଅସ୍ତ୍ରରେ ଜଟିଆକୁ ଆକ୍ରମଣ କରିଥିଲେ ଦୁଇ ଜଣ । ଜଟିଆଙ୍କ କେବକୁ ଭୁଜାଲି ଓ ଫାର୍ସାରେ ହାଣି ଦେଇଥିଲେ ୨ ସୁଧୀର ଓ ସାଗର ।

ତେବେ ଜଟିଆଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ଲୋକମାନେ ଦୁହିଁଙ୍କୁ ପୋଲିସ ଜିମା ଦେଇଥିଲେ । ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ସୁଧୀର ଓ ସାଗର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୟାପଲ୍ଲୀ ଭିଆଇପି ଏରିଆରେ ଦିନ ଦ୍ୱିପହରରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମୃତକ ଓ ଆକ୍ରମଣକାରୀ ଗୋଟିଏ ଗାଡିରେ ଥିବା ସୂଚନା ମିଳିଛି ।

Comments are closed.