ଏସସିବି ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍

କଟକ: କଟକ ଏସସିବିରେ ମହିଳାଙ୍କ ଉପରେ ଛିଡି ପଡିଛି ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନଟି ରୋଗୀଙ୍କ ଉପରେ ଛିଡି ପଡିଥିବା ଜଣାପଡିଛି । ଫ୍ୟାନ ପଡିବାରୁ ମହିଳା ରୋଗୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ତେବେ ଗତ ୪ ଦିନ ତଳେ ଯାଜପୁର ଜିଲ୍ଲାର ଜଣେ ମହିଳା ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡି ଯାଇଥିବାରୁ ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଫ୍ୟାନ ପଡିବା କାରଣରୁ ମହିଳା ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି ।

Comments are closed.