କିଛି ଦେଶରେ ଜନ୍ମିତ ଝିଅର କଟା ଯାଏ ଏହି ଅଙ୍ଗ, ଜାଣନ୍ତି କି କଣ ?

କଥାଟି ଲଜ୍ଜାକର ବିଷୟ ହୋଇଥିଲେ ବି ସତ । ଭାରତରେ ମଧ୍ୟ କିଛି ଅଞ୍ଚଳରେ ଏପରି ଝିଅମାନେ ଜନ୍ମ ହେବାପରେ ମାରି ଦିଆଯାଏ । ଝିଅଙ୍କର ଏପରି ଅନେକ ଦେଶ ରହିଛି ଏବଂ ଏପରି କିଛି ଅଞ୍ଚଳ ରହିଛି ଯେଉଁଠାରେ କି ଝିଅଙ୍କୁ ଝିଅ ପରି ରଖାଯାଇ ନଥାଏ । କିଛି ଦେଶ ତ ଏପରି ମଧ୍ୟ ରହିଛି ଯେଉଁଠାରେ ଝିଅ ମାନେ ଜନ୍ମ ହେବା ପରେ ତାଙ୍କର ଏହି ଅଙ୍ଗକୁ କାଟି ଦିଆଯାଇଥାଏ । କିଛି ଦେଶରେ ଏହାକୁ ଆଇନ ବୋଲି କହିଥାନ୍ତି ତ କିଛି ଦେଶରେ ଏହାକୁ ବେଆଇନ ବୋଲି କୁହାଯାଇଥାଏ । ଦାଉଦି ବୋହର ସମୁଦାୟର କିଛି ଲୋକେ ଏହି କାମକୁ ଆପଣେଇଛନ୍ତି ।

ଝିଅମାନେ ଜନ୍ମ ହେବା ପରେ ତାଙ୍କ ଅଙ୍ଗ କାଟି ଦିଆ ଯାଇଥାଏ । ବାସ୍ତବରେ ଏହି ପ୍ରକ୍ରିୟାକୁ ଖତନା କୁହାଯାଇଥାଏ । ଆପଣ ଭାବୁଥିବେ କି ଏହା ମୁସଲିମ ପୁରୁଷଙ୍କ ପାଁଇ ଏହା ହେଇଥାଏ କିନ୍ତୁ ନା ଭାରତରେ ଏପରି ମଧ୍ୟ କିଛି ଅଞ୍ଚଳ ରହିଛି ଯେଉଁଠାରେ ମହିଳାଙ୍କ ଉପରେ ମଧ୍ୟ ଏକ ନିୟମ ରଖାଯାଇଥାଏ । ବୋହରା ସମୁଦାୟରେ ଏହି ପରମ୍ପରାକୁ ଲୋକେ ମାନିଥାନ୍ତି  ଏବଂ ସାରା ବିଶ୍ୱରେ 20 କୋଟିରୁ ଅଧିକ ମହିଳାଙ୍କର ଏପରି ଅଙ୍ଗ କଟାଯାଇଛି ।

ଏହି କୁପ୍ରଥାର ପ୍ରଭାବ ସବୁଠାରୁ ଅଧିକ ଆଫ୍ରିକୀୟ ଅଂଚଳରେ ରହିଥାଏ । ଆଫ୍ରିକାରେ ପ୍ରତିବର୍ଷ 30 ଲକ୍ଷ ଝିଅଙ୍କ ଉପରେ ଏହି କୁପ୍ରଥାର ଡର ଲାଗିରହିଥାଏ ।

ଦୁନିଆ ସାରା ଆଫ୍ରିକା, ସୋମାଲିଆ, ଗିନି ପରି ଅଞ୍ଚଳରେ ଏହି ପ୍ରଥାକୁ ଲୋକେ ବହୁଳ ଭାବରେ ମାନିଥାନ୍ତି । ଏହି ତିନି ଦେଶ ଆଫ୍ରିକା ମହାଦୀପରେ ଅବସ୍ତିତ ଅଛି ।

ଏହି ସବୁ ଦେଶର କହିବା ଅନୁସାରେ ଯେଉଁ ଝିଅଙ୍କର ଖତନା ନ ହେଇଥାଏ ସେମାନେ ତାଙ୍କର ଭାବନା ଉପରେ କାବୁ କରିପାରନ୍ତି ନାହିଁ ଆଉ ଯେଉଁ ମହିଳାଙ୍କର ଖତନା ହୋଇଥାଏ ସେମାନେ ନିଜ ଭାବନାକୁ ନିଜ ଆୟତରେ ରଖିଥାନ୍ତି ।

Comments are closed.