ଦୋକାନ ଲୁଟ ଘଟଣାରେ ୨ଗିରଫ, ଲୁଟ ସାମଗ୍ରୀ ଜବତ

ଜଟଣୀ (ସଞ୍ଜୀବ କୁମାର) : ଜଟଣୀଥାନା ଅନ୍ତର୍ଗତ ରଥୀପୁର ଗ୍ରାମର ଏକ ଦୋକାନରୁ ବିଳମ୍ବିତ ରାତିରେ କଳାକନା ବୁଲାଇବା ଘଟଣାରେ ପୁଲିସ ସଂପୃକ୍ତ ୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଲୁଟ ସାମଗ୍ରୀକୁ ଜବତ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ରଥୀପୁର ଗ୍ରାମର ମହେନ୍ଦ୍ର ଜେନାଙ୍କ ଏକ ତେଜରାତୀ ଓ ଜଳଖିଆ ଦୋକାନ ରହିଛି । ସୋମବାର ବିଳମ୍ବିତ ରାତିରେ ଉକ୍ତ ଦୋକାନରୁ କେହି ଦୁର୍ବୁତ ସମସ୍ତ ସାମଗ୍ରୀ ଲୁଟିନେଇଥିବା ନେଇ ମହେନ୍ଦ୍ର ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତପରେ ଏଥିରେ ସଂପୃକ୍ତ ରଥୀପୁର ଗ୍ରାମର ଉମାକାନ୍ତ ପ୍ରଧାନ ଏବଂ ଦଳିତସାହୀର ଅନ୍ତର୍ଯ୍ୟାମୀ ଭୋଇକୁ ଗିରଫ କରିଥିଲା । ସେମାନଙ୍କଠାରୁ ପୁଲିସ ଲୁଟ ସାମଗ୍ରୀ ଜବତ କରିବା ସହିତ ଜଟଣୀ ଥାନା କେଶନଂ ୬୭୨/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ପୁଲିସ ଏସଆଇ ପି.କେ ଜେନା କହିଛନ୍ତି ।

Comments are closed.