ବାଲେଶ୍ଵର ଜିଲ୍ଲା ଅବକାରୀ ସ୍ଵତନ୍ତ୍ର ସ୍କ୍ୱାର୍ଡ କୋଡିଏ ଜଣିଆ ଟିମର ଭୋଗରାଇ ଓ ବସ୍ତା ଅଞ୍ଚଳରେ ଚଢ଼ାଉ

ବାଲେଶ୍ଵର(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା ଅବକାରୀ ସ୍ଵତନ୍ତ୍ର ସ୍କ୍ୱାର୍ଡ କୋଡିଏ ଜଣିଆ ଟିମର ଭୋଗରାଇ ଓ ବସ୍ତା ଅଞ୍ଚଳରେ ଚଢ଼ାଉ, ତିନିଶହ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ ସହିତ ବିପୁଳପରିମାଣର ସ୍ପିରିଟ,ଲେବୁଲ, ଠିପି, ଖାଲି ବୋତଲ ସହିତ ବହୁ ମଦ ତିଆରି ସାମଗ୍ରୀ ଜବତ । ଘଟଣାରେ ପାଞ୍ଚଜଣ ବେଆଇନ ମଦ ବେପାରୀ ଗିରଫ ହୋଇଥିବା ବେଳେ ବସ୍ତା ଗୁତୁଡିହା ଗାଁ ର ରାମ କ୍ରୁଷ୍ଣ ଜେନା ଠାରୁ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ବାଲେଶ୍ଵର ଜିଲ୍ଲା ଅବକାରୀ ଏସପି ଅଶୋକ କୁମାର ଶତପଥୀଙ୍କ ନିର୍ଦେଶ କ୍ରମେ ଚଢ଼ାଉ ଜାରି ରହିଛି ।

Comments are closed.