ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଶକ୍ତି ସଂରକ୍ଷଣ ସପ୍ତାହ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଜଟଣୀ(ସଞ୍ଜୀବ କୁମାର) : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବୈଦ୍ୟୁତିକ ବିଭାଗ ଦ୍ଵାରା 8 ଡିସେମ୍ବର 2021 ରୁ 14 ଡିସେମ୍ବର 2021 ପର୍ଯ୍ୟନ୍ତ “ଶକ୍ତି ସଂରକ୍ଷଣ ସପ୍ତାହ” ପାଳନ କରାଯାଇଛି । ଏହି ମଣ୍ଡଳର ପ୍ରମୁଖ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଟ୍ରେନ୍ ଚଳାଚଳ ତଥା ସାଧାରଣ ବ୍ୟବହାରରେ ଶକ୍ତି ସଂରକ୍ଷଣ ବିଷୟରେ ପୋଷ୍ଟର ପ୍ରଦର୍ଶନ କରି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଶକ୍ତି ସଂରକ୍ଷଣର ମହତ୍ତ୍ଵ ବିଷୟରେ କର୍ମଚାରୀ / ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି |

ଶକ୍ତି ସଂରକ୍ଷଣ ସପ୍ତାହର ଏକ ଅଂଶ ଭାବରେ, 14 ଡିସେମ୍ବର 2021 ରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ” ପାଳନ କରାଯାଇଥିଲା । ଏହି ଅବସରରେ କର୍ମଚାରୀମାନଙ୍କୁ ଶକ୍ତିର ମହତ୍ତ୍ଵ ତଥା ଶକ୍ତି ସଞ୍ଚୟ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ ଟ୍ରାଫିକ୍ କଲୋନୀ ସ୍ଥିତ ଇଲେକ୍ଟ୍ରିକାଲ ବ୍ରେକ ଡାଉନ୍ କାର୍ଯ୍ୟାଳୟରେ ଏକ ସେମିନାର୍ ଆୟୋଜିତ କରାଯାଇଥିଲା । କର୍ମଚାରୀମାନଙ୍କୁ ଶକ୍ତି ସଂରକ୍ଷଣ ଟିପ୍ସ ଅନୁସରଣ କରିବାକୁ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା | ସେମିନାରରେ ସେକ୍ସନ୍ ଇଞ୍ଜିନିୟର୍ସ, ଜୁନିୟର ଇଞ୍ଜିନିୟର୍ସ ଏବଂ ଇଲେକ୍ଟ୍ରିକାଲ୍ (ଜେନେରାଲ୍) ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ |

Comments are closed.