ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

ଜଟଣୀ(ସଞ୍ଜୀବ କୁମାର) : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ଲକସ୍ତରୀୟ ଭିନ୍ନକ୍ଷମ ମାନଙ୍କ ଲାଗି ସାମର୍ଥ୍ୟ ଶିବିର ବନ୍ଦ ରହିଥିଲା । ତେଣୁ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଓ ବିକଳାଙ୍ଗମାନେ ସେମାନଙ୍କ ସରକାରୀ ସହଯୋଗରୁ ବଚିଂତ ହୋଇଥିଲେ । ମାତ୍ର ପୁଣି ଗତ ଦୁଇବର୍ଷ ବ୍ୟବଧାନରେ ଜଟଣୀ ବ୍ଲକ କାର୍ଯ୍ୟାଳୟରେ ବୁଧବାର ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ହୋଇଛି । ଗତ ୨୦୧୯ ମସିହାରୁ ୬୦ଟି ବିଭିନ୍ନ ଭିନ୍ନକ୍ଷମ କେଶ ଗୁଡିକ ରହିଥିବା ବେଳେ ଆଜି ନୂତନଭାବେ ୭୭ଟି କେଶ ପଜିଂକରଣ କରାଯାଇ ସହାୟତା ପ୍ରଦାନ କରାଯାଇଛି । ଏହି କ୍ରମରେ ୨୦୧୯ ମସିହାରେ ୧୪ ଜଣ ଶାରୀରିକ ବିକଳାଙ୍ଗ ପଜିଂକରଣ କରିଥିବା ବେଳେ ସେମାନଙ୍କୁ ସହାୟତା ମିଳିପାରିନଥିଲା । ସେମାନଙ୍କୁ ସେମାନଙ୍କର ଆବଶ୍ୟକ ସହାୟତା ଯୋଗାଇଦିଆଯାଇଛି । ସେହିପରି ୧୮ ଜଣ ଦୃଷ୍ଟିହୀନ,୧୩ଜଣ ଶ୍ରବଣହୀନ ଓ ୧୫ଜଣ ମାନସୀକ ବିକଳାଙ୍ଗ ପଜିଂକରଣ କରି ଅପେକ୍ଷା କରିଥିଲେ । ଏହି କ୍ରମରେ ମୋଟ ୬୦ଜଣ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରାଯାଇଛି । ସେହିକ୍ରମରେ ନୂତନଭାବେ ୪୧ଜଣ ଶାରିରୀକ ବିକଳାଙ୍ଗ, ୪ଜଣ ଦୃଷ୍ଟିହୀନ,୧୩ ଶ୍ରବଣହୀନ, ୧୯ଜଣ ମାନସିକ ବିକଳାଙ୍ଗ ପ୍ରଭୃତି ମୋଟ ୭୭ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀଙ୍କ ସହିତ ପୁଲିସ ପ୍ରଶାସନ, ପୈାରପ୍ରଶାସନ, ସ୍ୱାସ୍ଥ୍ୟକର୍ମି ସହଯୋଗ କରିଥିଲେ ।

Comments are closed.