ଆପଣଙ୍କ ସହ ଏମିତି ହେଉଛି କି, ଜାଣନ୍ତୁ କଣ କରିବେ
ଜୀବନଶୈଳୀ ପରିବର୍ତ୍ତନ ହେଉଛି। ଲୋକଙ୍କ ଖାଇବା-ପିଇବାର ଠିକ୍ ସମୟ ରହୁନି। ତା’ ସହ କାମର ଚାପ ବି ବଢ଼ିଲେ, ଥକ୍କା ଲାଗେ। ଥକ୍କା ଲାଗିଲେ, କେତୋଟି କଥା ପ୍ରତି ଦୃଷ୍ଟି ଦିଅନ୍ତୁ।
ସପ୍ତାହରେ ଦୁଇରୁ ତିନି ଥର ମ୍ୟାଗ୍ନେସିୟମ୍ ପୋଷକତତ୍ତ୍ବ ଥିବା ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ। ବିଭିନ୍ନ ପ୍ରକାର ପନିପରିବା, ଡ୍ରାଏଫ୍ରୁଟସ୍, ଗଜା ମୁଗ ଆଦିରେ ମ୍ୟାଗ୍ନେସିୟମ୍ ଭରପୂର ଅଛି।
ଭିଟାମିନ୍ ସି’ଯୁକ୍ତ ଖାଦ୍ୟପାନୀୟ ମଧ୍ୟ ଶରୀରର ଥକ୍କାପଣ ଦୂର କରିବାରେ ଅନେକ ପରିମାଣରେ ସହାୟକ ହୁଏ ବୋଲି ବିଶେଷଜ୍ଞଙ୍କ କହିଛନ୍ତି।
ମଇଦା, ଚିନି, ଭାତ ଇତ୍ୟାଦିକୁ ସେମାନଙ୍କ ଦ୍ବିପହର ଭୋଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଅନ୍ତୁ। ବ୍ରାଉନ୍ ରାଇସ୍, ଓଟସ୍୍କୁ ସେମାନଙ୍କ ଖାଦ୍ୟ ତାଲିକାରେ ସାମିଲ କରିବା ସ୍ବାସ୍ଥ୍ୟ ପାଇଁ ଭଲ।
ଏସବୁ ସହ ନିୟମିତ ବ୍ୟବଧାନରେ ନିଜର ଥାଇରଏଡ୍ ପରୀକ୍ଷା କରାଇନେବା ଜରୁରୀ।