କିସମିସର ଚମତ୍କାରିତା

ଆମ ଓଡ଼ିଆ ଘରେ ଖିରି ହେଲେ, କାଜୁ, କିସ୍‌ମିସ୍‌ ଖୋଜା ପଡ଼େ। ସୁଆଦିଆ କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କିସ୍‌ମିସ୍‌କୁ ରାତିରୁ ବତୁରାଇ ସକାଳେ ଖାଇବା ଉଚିତ।
କପେ ପାଣିରେ ରାତିବେଳା ୫-୬ଟି କିସ୍‌ମିସ୍‌ ବତୁରାଇ ରଖନ୍ତୁ। ସକାଳୁ ଉଠି ଖାଲିପେଟରେ ସେହି କିସ୍‌ମିସ୍‌ ଖାଇ ପାଣିକୁ ବି ପିଇନେବେ। ସପ୍ତାହେ ଏମିତି

କଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ।
ପ୍ରତିଦିନ କିସ୍‌ମିସ୍‌ ପାଣି ପିଇଲେ ହଜମ ଭଲ ଭାବେ ହୁଏ, ତ୍ବଚାଜନିତ ବିଭିନ୍ନ ଅସୁବିଧା କମ୍‌ ହୁଏ।
ଛାତିଜ୍ବଳାପୋଡ଼ା ରୋଗୀଙ୍କ ପାଇଁ ଏହି କିସ୍‌ମିସ୍‌ ପାଣି ଔଷଧ ପରି କାମ କରେ।

Comments are closed.