ଓଜନ କମାଇବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ ..

କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଜନ କମାଇବାରେ ସାହାର୍ଯ୍ୟ କରେ ଫୁଲ କୋବି ଯାହାକୁ ଅଷ୍ଟ୍ରେଲିଆ ରିସର୍ଚ ସେଣ୍ଟର ବୈଜ୍ଞାନିକମାନେ ପ୍ରମାଣିତ କରି ଦେଖାଇଛନ୍ତିି ।ଏହା ଶରୀର ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର ମଧ୍ୟ । ପ୍ରତିଦିନ ଫୁଲ କୋବିରେ କଫି ବନେଇ ପିଇବା ଦ୍ୱାରା ଓଜନ ହ୍ରାସ ଘଟିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳେ ।
କିପରି ବନେଇବେ – ଫୁଲକୋବିରେ କଫି ବନାଇବା ବହୁତ ସହଜ । ପ୍ରଥମେ ଫୁଲକୋବିକୁ ଶୁଖିଲା କରି ଗ୍ରାଇଣ୍ଡିଙ୍ଗ କରନ୍ତୁ । ସେହି ପାଉଡରକୁ ପ୍ରତିଦିନ କଫିରେ ୨ ଚାମଚ ପକାଇ ପିଇବା ଦ୍ୱାରା ଏହାର ଲାଭ ପାଇପାରିବେ ।
ଉପକାରିତା – ଫୁଲକୋବିରେ କଫି ବନାଇ ପିଇବା ଦ୍ୱାରା ଶରୀର ସୁସ୍ଥ ସବଳ ରହିଥାଏ । ଏହା ସହିତ ହୃତପୀଣ୍ଡ ଜନିତ ରୋଗ, କ୍ୟାନ୍ସର ରୋକିବାରେ ସାହାର୍ଯ୍ୟ କରିବା ସହିତ ଓଜନ ଘଟାଇଥାଏ । ଏହି ପାଉଡରକୁ ଆପଣ ଯେ କୌଣସି ଖାଦ୍ୟ ସହିତ ମିଶାଇ ମଧ୍ୟ ଖାଇପାରିବେ ।

Comments are closed.