ଗର୍ଭବତୀ କୁ ନେଇ ଚର୍ଚ୍ଚିତ ସ୍ୱରା ..
କିଛି ଦିନ ତଳେ ମୁକ୍ତିଲାଭ କରିଥିବା ‘Veere Di Wedding’ ଚଳଚ୍ଚିତ୍ରକୁ ନେଇ ବିବାଦ ଘେରକୁ ଆସିଛନ୍ତି ଆଗଧାଡ଼ିର ନାୟିକା ସ୍ୱରା ଭାସ୍କର ନିଜର ଏକ ସାକ୍ଷାତକାରରେ ଦେଇଥିବା ବୟାନ ପାଇଁ ପୁଣିଥରେ ଚର୍ଚ୍ଚିତ ହୋଇଛନ୍ତି । ଏଇ କିଛି ଦିନ ତଳେ ସେ ଏକ ଇଂରାଜୀ ୱେବ୍ସାଇଟ୍କୁ ସାକ୍ଷାତକାର ଦେଇ ନିଜ ସଂପର୍କରେ ତଥ୍ୟ ରଖିଛନ୍ତି।
ଉକ୍ତ ସାକ୍ଷାତକାରରେ ସେ କହିଛନ୍ତି, ପିଲାବେଳେ କୁଆରିଁ ମା’ ହେବା ନେଇ ତାଙ୍କୁ ଡର ଲାଗୁଥିଲା। ଛୋଟବେଳେ ମୁଁ ଯେଉଁ ଫିଲ୍ମଗୁଡ଼ିକ ଦେଖୁଥିଲି, ସେଥିରୁ ପ୍ରାୟ ସବୁଗୁଡ଼ିକର କାହାଣୀ ଏକାଭଳିଆ ଥିଲା। ତାହା ହେଲା, ଫିଲ୍ମର ନାୟିକା ବିବାହ ପୂର୍ବରୁ ମା’ ହୋଇଯାଉଛନ୍ତି। ଯେହେତୁ ମୁଁ ଛୋଟ ଥିଲି ଓ ପ୍ରାଣୀବିଜ୍ଞାନ ଉପରେ ମୋର ସେତେଟା ଜ୍ଞାନ ନଥିଲା, ତେଣୁ ମୋତେ ଏହି ଭୟ ଲାଗି ରହୁଥିଲା। ବିବାହ ପୂର୍ବରୁ ଯଦି ମୁଁ ମା’ ହୋଇଯିବି, ତେବେ ମୋତେ ଘରୁ ତଡ଼ି ଦିଆଯିବ। ଆଉ ସେତେବେଳେ ମଧ୍ୟ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତେଣୁ ମୁଁ କୁଆଡ଼େ ଯିବି ବୋଲି ଭାବି ଭାବି ବିଚଳିତ ହୋଇପଡ଼ୁଥିଲି। ସେହି କଥା ମନେପଡ଼ିଲେ ଏବେ ମୋତେ ହସ ଲାଗେ।
Comments are closed.