ଦିପିକାଙ୍କ ବିଲଡିଙ୍ଗରେ ନିଆଁ

ଦିପିକାଙ୍କ ବିଲଡିଙ୍ଗରେ ନିଆଁ ଲାଗିବା କଥା ଶୁଣି ସମସ୍ତେ ଚିନ୍ତିତ । କିପରି ଘଟିଛି ଏହି ଅଘଟଣ ତାହା ଏବେ ବି ଅସ୍ପଷ୍ଟ । ଘଟଣାଟି ଘଟିଛି ମୁମ୍ବାଇ ସ୍ଥିତ ୱୋରଲି ଅଞ୍ଚଳରେ, ଯେଉଁଠି ରହୁଥିଲେ ଦିପିକା ପାଦୁକୋନ । ମୁମ୍ବାଇ ପୋଲିସ କହିବାନୁସାରେ ନିଆଁଦ୍ୱାରା କାହାର କ୍ଷତି ହୋଇନାହି, କେବଳ ୨ଟି ଉପର ଫ୍ଲୋର ପ୍ରଭାବିତ ହୋଇଛି । ଦିନ ୨ଟା ସମୟରେ ହଠାତ୍ ନିଆଁ ଲାଗିଥିବାର କେତେକ ଦେଖଣାହାରୀ କହିଛନ୍ତି । କିଛି ସମୟ ପରେ ଦମକଳ ବାହିନୀ ୬ଟି ନିଆଁ ଲିଭା ଗାଡି ଓ ୫ଟି ପାଣି ଟାଙ୍କି ପଠାଇ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇପାରିଲା । ଏମିତି କେସ୍ ମୁମ୍ବାଇରେ ଆଗରୁ ୨ ଥର ହେବା ପରେ ଏହାକୁ ମିଶାଇ ୩ ଥର ହେଲାଣି ।

Comments are closed.