ଢେଙ୍କାନାଳରେ ହାତୀ ଆତଙ୍କ; ୧ମୃତ, ୧ଆହତ

ଓଡିଶାରେ ପୁଣିଥରେ ହାତୀ ଆତଙ୍କରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଅଛନ୍ତି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ଅଞ୍ଚଳରେ । ସୂଚନାନୁସାରେ, ତେନ୍ତୁଳିସିଂହା ଗାଁର ପ୍ରସନ୍ନ ବେହେରା ନାମକ ଏକ ବ୍ୟକ୍ତି ଶୌଚ ପାଇଁ ପଡିଆକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଆହତ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କଳିଙ୍ଗ ଗାଁର ସୁରେଶ ଚନ୍ଦ୍ର ପାଳ । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଆସି ହାତୀଙ୍କ ଗତିପଥକୁ ନଜର ରଖିଛନ୍ତି ।

Comments are closed.