ଆଇଲାରେ ପହିଲି ରଜ

ପହିଲି ରଜର ପ୍ରବେଶରେ ଗାଁରୁ ସହର, ଯେଉଁଠି ବି ଦେଖ ବେଶ୍ ଆନନ୍ଦ ଉଲ୍ଲାସ । ଛୋଟରୁ ବଡ କାହିଁ ଯେ କେବେଠୁ ରଜକୁ ଅନେଇ ବସିଥାନ୍ତି ତାର ତୁଳନା ନାହିଁ । ସମସ୍ତଙ୍କ ଘରେ ଯେମିତି ଖୁସିର ଜୁଆର ଖେଳି ଆସେ । ବାହାରେ ଚାକିରି କରୁଥିବା ବା ପଢୁଥିବା ପିଲା ଫେରି ଆସନ୍ତି ଘରକୁ । ରଜର ପୋଡ ପିଠା ଓ ବିଭିନ୍ନ ରକମର ପିଠାପଣା ପ୍ରସ୍ତୁତିରେ ଲାଗିପଡନ୍ତି ସମସ୍ତେ । ରଜ ଖାସ୍ ଝିଅମାନଙ୍କ ପାଇଁ ହୋଇଥାଏ, ଯେଉଁଥିରେ ସେମାନେ ସଜବାଜ ହୋଇ ଦୋଳି ଖେଳନ୍ତି । ମେହେନ୍ଦି ହେଉ କିି ଅଳତା ଲଗାଇବା ଆଳରେ ଏକାଠି ହୋଇ ଖଟି କରନ୍ତି ସମସ୍ତେ ।Raja-mahak-tvରଜରେ ରଜପାନ ବେଶ୍ ଆକର୍ଷିତ କରିଥାଏ ସମସ୍ତଙ୍କୁ । ରଜପାନ ଖାଇ ଦୋଳିରେ ଝୁଲିବାର ମଜା ହିଁ କିଛି ନିଆରା । ବିଶେଷ କରି ଗାଁରେ ରଜ ପର୍ବକୁ ଧୁମ୍ ଧାମରେ ପାଳନ କରନ୍ତି । ବାଉଁସ ଦୋଳିର କେଁ କଟ କଟ ଶବ୍ଦରେ ଯେମିତି ଗାଁ ଦାଣ୍ଡ ଫାଟି ପଟେ । ଲୁଡୁ, ପୁଚି ଖେଳରେ ମାତି ରୁହନ୍ତି ଝିଅମାନେ, ପରନ୍ତୁ ପୁଅ ବି କିଛି କମ୍ ନୁହଁନ୍ତି । କବାଡି ଓ କୁସ୍ତିର ମଜା ନେବାକୁ ଭୁଲନ୍ତି ନାହିଁ ସେମାନେ ।
ଲୋକମାନେ ରଜକୁ ୩ ଦିନ ଧରି ପାଳନ କରିଥାନ୍ତି । ରଜର ପରେ ପରେ ହିଁ ବର୍ଷାର ଆରମ୍ଭ ହୋଇଥାଏ । ରଜର ପୂର୍ବ ଦିନକୁ ପହିଲି ରଜ, ୨ୟ ଦିନକୁ ରଜ ସଂକ୍ରାନ୍ତି, ୩ୟ ଦିନକୁ ଭୂମି ଦାହ ଓ ଶେଷ ଦିନକୁ ବାସୁମତି ସ୍ନାନ ଦିବସ ରୂପେ ପାଳନ କରାଯାଏ । ଭୂମିଦାହ ଓ ବାସୁମତି ସ୍ନାନ ପରେ ସମସ୍ତ ଚାଷୀ ହଳଲଙ୍ଗଳ ପୂଜା କରିବା ସହିତ ୩ ଦିନ ପାଇଁ ଚାଷ କାର୍ଯ୍ୟକୁ ବନ୍ଦ କରିଥାନ୍ତି । ଏହା ପରେ ନୂତନ ଶସ୍ୟ ରୋପଣ ଦ୍ୱାରା ଶୁଭ ଫଳ ମିଳିଥାଏ ।

Comments are closed.