ଲାଡେନର ପୁଅ ବାହାହେଲା ଅଟ୍ଟା ଝିଅକୁ

୨୦୦୧ ଆମେରିକା ଉପରେ ଭୟାବହ ଆତଙ୍କବାଦୀ ଆକ୍ରମଣର କୁଖ୍ୟାତ ନାୟକ ମହମ୍ମଦ ଅଟ୍ଟାଙ୍କ ଝିଅକୁ ବିବାହ କରିଛି ଅଲକାଏଦା ନେତା ଓସାମା ବିନ ଲାଡେନର ପୁଅ ହାମଜା ବିନ ଲାଡେନ । ୨୦୧୧ ମଇ ୨ ତାରିଖରେ ଆମେରିକାର ଅତର୍କିତ ସାମରିକ ଆକ୍ରମଣରେ ଓସାମା ପାକିସ୍ତାନର ଆବତ୍ତାବାଦରେ ନିହତ ହେବ ସମୟରେ ହାମଜାର ମା ଖଇରିଆ ସବାର ତାଙ୍କ ସହିତ ଥିଲେ । ହାମଜା ଅଲକାଏଦା ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଉଥିବା ଓ ଆମେରିକା ଉପରେ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

Comments are closed.