କରୁଣାନିଧିଙ୍କ ଶେଷଦର୍ଶନ ପାଇଁ ଭିଡ: ଦଳାଚକଟାରେ ୨ ମୃତ

ଏମ୍ କରୁଣାନିଧିଙ୍କ ମରଶରୀରକୁ ଦେଖିବା ପାଇଁ ସମର୍ଥକଙ୍କ ଅଭୂତପୂର୍ବ ଭିଡ ସମସ୍ତଙ୍କୁ ହତଭମ୍ବ କରିଦେଇଛି । ରାଜାଜୀ ହଲ ସମ୍ମୁଖରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଫଳରେ ଦଳାଚକଟାରେ ୨ଜଣଙ୍କର ମୃତ୍ୟୁ ହୋଇଛି, ଶତାଧିକ ଆହତ ହୋଇଛନ୍ତି । ବାଧ୍ୟ ହୋଇ ପୋଲିସକୁ ଲାଠିଚାଳନା କରିବାକୁ ପଡିଛି ।
କରୁଣାନିଧିଙ୍କ ଜ୍ୟେଷ୍ଠପୁତ୍ର ଡିଏମକେ ଦଳର କାର୍ଯ୍ୟକାରୀ ସଭାପତି ଏମ୍.କେ. ଷ୍ଟାଲିନ ଶାନ୍ତି ଶୃଙ୍ଖଳା ଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଆଜି ବିଳମ୍ବିତ ଅପରାହ୍ନରେ ମେରିନା ବିଚରେ ଥିବା ଆନ୍ନା ସମାଧି ନିକଟରେ କରୁଣାନିଧିଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ରାଜାଜୀ ହଲରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କରୁଣାନିଧିଙ୍କର ଶେଷ ଦର୍ଶନ କରିଛନ୍ତି ।

Comments are closed.