ମହାଶିବରାତ୍ରୀ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର: ଆଗକୁ ଆସୁଛି ମହାଶିବରାତ୍ରୀ । କରୋନାକୁ ଦୃଷ୍ଟିରେ ରଖି ଜାଗର ପାଇଁ ଆଜି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଜାଗରକୁ ଦୃଷ୍ଟିିରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଳା ବସିବା ନେଇ ମଧ୍ୟ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ନିୟମ କଡାକଡି କରିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ତେବେ ଆସନ୍ତା ୧୧ ତାରିଖରେ ପଡୁଛି ମହାଶିବରାତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ନିୟମ କଡାକଡି କରାଯାଇଛି । ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ବାକି ୧୨ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରୁ କମ୍ ।

Comments are closed.