IPS ସ୍ତରରେ ଅଦଳବଦଳ: ସୌମେନ୍ଦ୍ର ହେଲେ ପୋଲିସ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି ଅଦଳବଦଳରେ ବଦଳିଯାଇଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରୟିଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ।

ସେହିପରି ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ସିପି ହେବା ପୂର୍ବରୁ ପୋଲିସ ଗ୍ୟହ ନିର୍ମାଣ ନିଗମର ଅଧ୍ୟକ୍ଷ ଥିଲେ ସୁଧାଂଶୁ ।୧୯୯୦ ବ୍ୟାଚର ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଛି ।

ଏହା ସହ ଏମ ଅକ୍ଷୟ ହୋଇଛନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି । ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟ ।

ତେବେ ପୋଲିସ କମିଶନର ହେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସରକାର ଏତେ ବଡ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ସମ୍ପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବ ।’

Comments are closed.