ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ରେଡ୍ ହୋଇଥିବା ଜଣା ପଡିଛି । ତେଣୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ପର୍ଶୁରାମଙ୍କ ସୁନ୍ଦରଗଡ଼ ଟାଉନର ରଙ୍ଗାଢ଼ିପରେ ଥିବା ତିନି ମହଲା କୋଠା, ଲେଫ୍ରିପଡ଼ା ପୈତୃକ ଘର, ବଡ଼ଗାଁ ଅଫିସରେ ଚଢ଼ାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.