ଚିନାବାଦାମ ଶରୀର ପାଇଁ କେତେ ଯେ ଦରକାର ଜାଣନ୍ତି କି ?

କିଛି କାମ କରୁଥିବା ବେଳେ ବା ଟିଭି ଦେଖିବା ବେଳେ ଟାଇମପାସ କରିବା ପାଇଁ ଆମେ ଚିନାବାଦାମକୁ ଖାଉ । ପରନ୍ତୁ ଆପଣ ଜାଣନ୍ତିକି ଏହା ଆପଣଙ୍କ ଶରୀର ପାଇଁ କେତେ ଉପକାରରେ ଆସେ ? ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍‌ ରହିଛି । ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ ।

– ଏକ ଲିଟର କ୍ଷୀର ପିଇଲେ ଯେଉଁ ଲାଭ ମିଳିବି ତାହା ୧୦ ଗ୍ରାମ ଚିନାବାଦାମ ଖାଇଲେ ମିଳିବ ।

– ଚିନାବାଦାମ ଖାଇଲେ ହଜମ ଶକ୍ତି ବଢ଼େ ।

– ଏହା ଖରାପ କୋଲେଷ୍ଟ୍ରୋଲକୁ ଭଲ କୋଲେଷ୍ଟ୍ରୋଲରେ ପରିଣତ କରି ଦିଏ ।

– ଶରୀର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହିତ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ ।

– ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ମୋଟା ଲୋକେ ପତଳା ହୋଇଯିବେ ।

– ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ ।

– ଚିନାବାଦାମ ନିୟମିତ ଖାଇଲେ କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ ।

– ଗର୍ଭବତୀ ମହିଳା ଓ ପେଟ୍‌ରେ ଥିବା ଶିଶୁ ପାଇଁ ଚିନାବାଦାମ ଭାରି ଭଲ । ଏଣୁ ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନେ ବାଦାମ ଖାଇପାରନ୍ତି ।

Comments are closed.