ମୁଖ୍ୟମନ୍ତ୍ରୀଙ୍କଦ୍ଵାରା ଭୁବନେଶ୍ୱରରେ ଉଦ୍‌ଘାଟିତ ଅପରେସନ ସେଣ୍ଟର

ଭୁବନେଶ୍ୱର ସ୍ମାର୍ଟ ସିଟି ହେବା ପରେ ଏଥିରେ ବହୁ ପ୍ରକଳ୍ପ ଆରମ୍ଭ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅପରେସନ ସେଣ୍ଟର ସହ ଅନ୍ୟ ୨ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ବିଏମ୍‌ସି ଭବାନୀ ମଲର ପଞ୍ଚମ ମହଲାରେ ଭୁବନେଶ୍ୱର ଅପରେସନ୍ସ ସେଣ୍ଟର ତଥା ଏକୀକୃତ ନିର୍ଦ୍ଦେଶ, ନିୟନ୍ତ୍ରଣ କେନ୍ଦ୍ର ଏବଂ ନୂଆ ସ୍ମାର୍ଟ ସିଟି ଅଫିସ, ଶହୀଦନଗରରେ ତିଆରି ହୋଇଥିବା ସ୍ମାର୍ଟ ପାର୍କ, ଏଜି ଛକରେ ନଗରବ୍ୟାପୀ ସୌରଚାଳିତ ଆଡ଼ାପ୍ଟିଭ୍ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା, ଶହୀଦ ନଗରରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସ୍ବତନ୍ତ୍ର ସେନ୍‌ସୋରୀ ପାର୍କ ଓ ବାପୁଜୀନଗରରେ ହେବାକୁଥିବା ସମନ୍ବିତ ଜନସେବା କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି ।

Comments are closed.