ମଦକୁ କଡା ବିରୋଧ କଲେ ମହିଳା: ଲଗାଇଲେ ଜୋରିମନା

ଗାଁ ଗଣ୍ଡାର ଲୋକମାନେ ମଦ୍ୟପାନ କରି ପରିବାରରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ପରିବାରର ଭରଣପୋଷଣ କରିବାରେ ଅସର୍ମଥ ହେଉଛନ୍ତି । ଯାହାକୁ କଡା ବିରୋଧ କରିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବିନିଦା ପଞ୍ଚାୟତର ମହିଳାମାନେ । ସମ୍ପୂର୍ଣ୍ଣ ପଞ୍ଚାୟତକୁ ମଦମୁକ୍ତ କରିବାର ପ୍ରୟାସରେ ସେମାନେ ଗଠନ କରିଛନ୍ତି ‘ମଦ ବିରୋଧୀ ମହିଳା ମଣ୍ଡଳ’ । ଏହା ମାଧ୍ୟମରେ ମହିଳାମାନେ ପ୍ଲାକାର୍ଡ ଧରି ଗାଁକୁ ଗାଁ ବୁଲିବା ସହ ମଦ ବିକିଲେ ୫ ହଜାର ଓ ପିଇଲେ ୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି ।

Comments are closed.