ବଗିରୁ ବିଚ୍ୟୁତ ହୋଇ ଚାଲିଲା ଇଞ୍ଜିନ୍

ଆଗରୁ ବିନା ଇଞ୍ଜିନରେ ଟ୍ରେନ ୧୫ କିଲୋମିଟର ଚାଲିଥିବା କଥା ତ ଶୁଣିଥିବେ । ଆଜି ସକାଳେ ପୁଣି ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଷ୍ଟେସନରେ, ଯେଉଁଠି ପୁରୀ-କଟକ ପାସେଞ୍ଜର ଟ୍ରେନଟି ୩ଟି ବଗିକୁ ଛାଡି ୫ କିଲୋମିଟର ଚାଲିଯାଇଥିଲା । ପରେ ରେଳବାଇ କର୍ତ୍ତୃପକ୍ଷ ସତର୍କ ହେବା ସହ ପରବର୍ତ୍ତୀ ଷ୍ଟେସନକୁ ଜଣାଇ ଇଞ୍ଜିନକୁ ଫେରାଇ ଆଣି ବଗି ସହ ସଂଯୋଗ କରାଇଥିଲେ । ଏହା ଫଳରେ ଯାତ୍ରୀମାନେ ପ୍ରାୟଃ ଅଧଘଣ୍ଟା ଅପେକ୍ଷା କରିବା ପରେ ହିଁ ଯାତ୍ରା କରିବାରେ ସଫଳ ହେଲେ ।

Comments are closed.