ଡ୍ରଗ୍ସମୁକ୍ତ କରିବା ପାଇଁ ପ୍ରତି ଗାଁକୁ ୫ ଲକ୍ଷ ଟଙ୍କାର ଜିମ୍

ଡ୍ରଗ୍ସ ନେବାଦ୍ୱାରା ମନୁଷ୍ୟ ନିଜର ମାନସିକ ସନ୍ତୁଳନ ହରାଇବା ସହିତ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ପଞ୍ଜାବ ସରକାର ଏକ ନୂଆ ଫର୍ମୂଲା ଆପଣେଇଛନ୍ତି । ଯାହା ମାଧ୍ୟମରେ ପ୍ରତି ଗ୍ରାମକୁ ୫ଲକ୍ଷ ଟଙ୍କା ଖେଳ ଓ ଜିମ୍ ବାବଦକୁ ଖର୍ଚ୍ଚ ହେବ ବୋଲି ଗ୍ରାମ ଉନ୍ନୟନ ମନ୍ତ୍ରୀ ତ୍ରିପତ ରାଜିନ୍ଦ୍ରର ସିଂହ ବଜ୍ୱ କହିଛନ୍ତି । ଜିମ୍ ଦ୍ୱାରା ଯୁବପିଢିଙ୍କ ଶରୀର ସୁସ୍ଥ ସବଳ ରହିବା ସହିତ ଡ୍ରଗ୍ସକୁ ସେମାନେ ଧିରେ ଧିରେ ଦୂରେଇପାରିବେ ବୋଲି ଆଶା କରାଯାଉଛି ।

Comments are closed.