‘Tarak Mehta Ka Ulta Chasma’ ସିରିଏଲର କବି କୁମାରଙ୍କ ପରଲୋକ

ସୋନି ସବ୍ ଚାନେଲରେ ପ୍ରଚଳିତ ସବୁଠୁ ବଡ କମେଡି ସିରିଏଲ୍ ‘Tarak Mehta Ka Ulta Chasma’ ର କବି କୁମାର ଆଜାଦଙ୍କର ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ଏହି ସିରିଏଲରେ ଡାକ୍ତର ହଂସରାଜ ହାତୀ ରୋଲରେ ଅଭିନୟ କରୁଥିବା କବିଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମୁଖରୁ ଖୁସି ଚାଲିଯାଇଛି । ଦେହ ଖରାପ ରହିବା ସତ୍ତ୍ୱେ  ମଧ୍ୟ ସୁଟିଙ୍ଗକୁ ଆସୁଥିବା କବି ଆଜି ସକାଳେ ସୁଟିଙ୍ଗକୁ ଆସିପାରିବେ ନାହିଁ ବୋଲି ପ୍ରଯୋଜକ ଅସିତ୍ କୁମାର ମୋଦିଙ୍କୁ ଫୋନ୍ କରି ଜଣାଇଥିଲେ । ଏହା ପରେ ତାଙ୍କର ମୃତ୍ୟୁ ଖବର ମିଳିଥିଲା । ସୋନି ସବ୍ ଚାନେଲରେ ପ୍ରସାରିତ  ‘Tarak Mehta Ka Ulta Chasma’୨୦ ବର୍ଷ ବିତେଇ ସାରି ଥିବା କବି ଖୁବ କମ ଦିନ ପରେ ଏହାର ମହୋତ୍ସବ ପାଳନ କରିଥାନ୍ତେ । ପରନ୍ତୁ ସମୟର ଚକ୍ରକୁ କିଏ ବା ଅଟକେଇ ପାରିବ ।

Comments are closed.