ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଗଲା ପ୍ରାଣ

ରାଗ ଯେବେ ମୁଣ୍ଡକୁ ଚଢେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଏ । ସେହିପରି ଜଣେ ବ୍ୟକ୍ତି ରାଗରେ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅନ୍ତର୍ଗତ ଖରବା ଗ୍ରାମରେ । ସୂଚନା ଅନୁସାରେ, ସେହି ଗ୍ରାମର ଜଟେ ମହ୍ଲାର ଓ ତାଙ୍କ ପତ୍ନୀ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ଫଳରେ ମହ୍ଲାର ରାଗିଯାଇ ପାଖରେ ଥିବା ଟାଙ୍ଗିଆରେ ପତ୍ନୀକୁ ହାଣି ହତ୍ୟା କରିଥିଲେ ଓ ପରେ ମୃତ ଶରୀରକୁ ଘରକୁ ଆଣି ଫେରାର ହୋଇଯାଇଥିଲେ । ଲୋକମାନଙ୍କ ସୂତ୍ରରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.