ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ଉଦଘାଟିତ ହେଲା ମେମୁ ଟ୍ରେନ୍

କେନ୍ଦ୍ର ଆଦିବାସି କଲ୍ୟାଣ ମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କ ନେତୃତ୍ୱରେ ଆଜି ରାଉରକେଲା–ସମ୍ବଲପୁର ମଧ୍ୟରେ ମେମୁ ପାସେଞ୍ଜର ଟ୍ରେନର ଉଦଘାଟନ ହୋଇଯାଇଛି । ଆଗରୁ ପ୍ରଚଳିତ ଥିବା DMU ଟ୍ରେନ୍ ଠାରୁ ମେମୁ ଟ୍ରେନ୍ ଅଧିକ ବେଗରେ ଯିବାରୁ ଯାତ୍ରୀମାନେ ଖୁବ୍ କମ ସମୟ ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁଛନ୍ତି । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟ୍ରେନ୍ ଓ ଷ୍ଟେସନ ଗୁଡିକର ଉନ୍ନତିକରଣ କରାଯିବା ସହିତ ଶୌଚାଳୟର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବ ବୋଲି ଜୁଏଲ କହିଛନ୍ତି ।

Comments are closed.