କେଶ ପାଇଁ ଲାଭଦାୟକ ଗ୍ରୀନ-ଟି
ଭୁବନେଶ୍ୱର : ପୁରୁଷ ହୁଅନ୍ତୁ ମହିଳା, ଏବେ ଉଭୟଙ୍କ କ୍ଷେତ୍ରରେ ଅନେକ କେଶ ଜନିତ ସମସ୍ୟା ଦେଖିବାକୁ ମିଳୁଛି । କେଶ ଝିଡିବା, କେଶ ପାଚିବା, ଦୋମୁହାଁ କେଶ ଏମିତି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଖାସକରି ଏହାକୁ ନେଇ ଚିନ୍ତାରେ ଯୁବପିଢୀ । ତେବେ କେଶକୁ ଘନ ଏବଂ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା ଗ୍ରୀନ-ଟି ହେୟାର ମାସ୍କ ବିଷୟରେ ।
-ଗ୍ରୀନ-ଟିରେ ଅଣ୍ଡାର ଧଳା ଅଂଶ ଏବଂ ମେଥି ପାଉଡର ପକାଇ ମିକ୍ସ କରି ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ତାକୁ ନେଇ କେଶରେ ଲଗାଇ ୩୦ ମିନିଟ ଯାଏ ରଖିବେ । ଏହାପରେ କେଶକୁ ଶାମ୍ପୁ କରି ଧୋଇବେ । ଏହା କେଶକୁ ସୁନ୍ଦର ଏବଂ ମଜବୁତ୍ କରେ ।
ଗ୍ରୀନ୍-ଟିରେ ଲେମ୍ବୁ ରସ ଏବଂ ନଡିଆ ତେଲ ପକାଇ କେଶରେ ଲଗାଇ ୧୫ ରୁ ୨୦ ମିନିଟ ପରେ କେଶକୁ ଧୋଇ ସଫା କରିବେ । ଏହା ଦ୍ବାରା ରୂପି ସମସ୍ୟା କମ୍ ହୋଇଥାଏ ।
-ଗ୍ରୀନ-ଟିରେ ପିଆଜ ରସ, ଅଲିଭ୍ ଅଏଲ ମିଶାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରିବେ । ତାପରେ ଏହାକୁ କେଶ ମୂଳରେ ଲଗାଇ ଶୁଖିବା ଯାଏ ଛାଡିବେ । ଏହାପରେ ଶାମ୍ପୁ କରି କେଶକୁ ଧୋଇବେ । ଏହା କରିବା ଦ୍ବାରା, କେଶ ଦୋମୁହାଁ ହେବା ସମସ୍ୟା କମ୍ ହୋଇଥାଏ ।
-ଗ୍ରୀନ୍-ଟିରେ ମହୁ ମିଶାଇ ମଧ୍ୟ ହେୟାର ମାସ୍କ ପ୍ରସ୍ତୁତ କରି ପାରିବେ । ଏହା କେଶକୁ ରୁକ୍ଷ ହେବାକୁ ଦେଇ ନଥାଏ ।
Comments are closed.