ତ୍ୱଚା ପାଇଁ ବେଷ୍ଟ.. ଡାଲଚିନି

ଭୁବନେଶ୍ୱର : ସାଧାରଣତଃ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଡାଲଚିନି ମଧ୍ୟ ରହିଥାଏ । ଡାଲଚିନି ଖାଦ୍ୟର ସ୍ୱାଦ ବଢାଇବା ସହିତ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ । ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବାରେ ଏହା ବେଶ ସାହାଯ୍ୟ କରେ । ତ୍ୱଚାକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ଡାଲଚିନି । ତେବେ ଆସନ୍ତୁ ଡାଲଚିନିର ତ୍ୱଚା ଉପକାରୀତା ସମ୍ପର୍କରେ ଜାଣିବା ।

-ତ୍ୱଚାରେ ମହୁ ସହି ଡାଲଚିନି ପାଉଡର ମିଶାଇ ଲଗାଇବା ଦ୍ୱାରା, ତ୍ୱଚାରୁ ଡେଡ୍ ସ୍କିନ୍ ସେଲ୍ସ ବାହାରି ଚମକ ଆସିଥାଏ ।

– ତ୍ୱଚାରେ ବୟସର ଛାପ ପଡୁଥିଲେ,ଏଥିପାଇଁ  ଡାଲଚିନି ପାଉଡର ବେଶ ଉପକାରୀ ହୋଇଥାଏ । ବୟସର ଛାପ କମ୍ କରିବାରେ ଏହା ସାହାଯ୍ୟ କରେ ଡାଲଚିନି ପାଉଡରରେ ମହୁ ମିଶାଇ ଏହାକୁ ବ୍ୟବହାର କରି ପାରିବେ।

-ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ,ଏଥିପାଇଁ ବେଶ ଲାଭଦାୟକ ଡାଲଚିନି  ମହୁ ସହ ଡାଲଚିନି ପାଉଡର ମିଶାଇ ସେହି ମିଶ୍ରଣକୁ ନେଇ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଲଗାଇ କିଛି ସମୟ ରଖିବେ । ତାପରେ ତ୍ୱଚାକୁ ଧୋଇ ସଫା କରିବେ । ଏହା ବ୍ରଣ ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ।

-ପାଦର ଗୋଇଠି ଫାଟୁଥିଲେ, ଏଥିପାଇଁ ମଧ୍ୟ ଉପକାରୀ ଡାଲଚିନି । ଏହାକୁ ଫଟା ଗୋଇଠିରେ ଲଗାଇବା ଦ୍ୱାରା, ଏହା ଫଟା ସମସ୍ୟାକୁ ଦୂର କରିବା ସହିତ ତ୍ୱଚାକୁ କମୋଳ କରିଥାଏ ।

 

Comments are closed.