ଗୋଲଡେନ ବାବା : ଯିଏ ପିନ୍ଧନ୍ତି ୨୦ କେ.ଜି. ସୁନା

ବର୍ତ୍ତମାନ ଚାଲିଛି ଶ୍ରାବଣ ମାସ । ଦେବ ଦେବ ମହାଦେବଙ୍କ ଭକ୍ତ ମାନେ କାଉଁଡି ଧରି, ଦୂରଦୂରାନ୍ତ ରାସ୍ତା ଅତିକ୍ରମ କରି, ଭୋଳା ବାବାଙ୍କ ମୁଣ୍ଡରେ ପାଣି ଢାଳି ଆଶୀର୍ବାଦ ଲାଭ କରନ୍ତି । ସେହିପରି ଜଣେ ସାଧୁ ବାବା ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ କାଉଁଡି ଧରି ହରିଦ୍ୱାରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି । ତାଙ୍କ ନାମ ହେଉଛି ଗୋଲଡେନ ବାବା । ତାଙ୍କ ପ୍ରକୃତ ନାମ କିନ୍ତୁ ସୁଧୀର ମକକର । ଏହା ତାଙ୍କର ୨୫ତମ କାଉଁଡି ଯାତ୍ରା । ସେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧି ଏହି ଯାତ୍ରାରେ ଭାଗ ନେଉଥିବାରୁ ତାଙ୍କୁ ଗୋଲଡେନ ବାବାର ଆଖ୍ୟା ପ୍ରଦାନ କରାଯାଇଛି ।
ପୂର୍ବବର୍ଷ ସେ ୧୬ କେ.ଜି ସୁନା ପିନ୍ଧି ଚର୍ଚ୍ଚାରେ ରହିଥିବା ବେଳେ, ଏହି ବର୍ଷ କିନ୍ତୁ ୨୦ କେ.ଜି.ସୁନା (ପ୍ରାଏ ୬ କୋଟି ଟଙ୍କାରୁ ଉର୍ଦ୍ଧ) ପିନ୍ଧି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ଏହା ଛଡା ବାବାଙ୍କ ନିଜର ୨୭ ଲକ୍ଷ ଟଙ୍କାର Rolex ଘଣ୍ଟା, ଗୋଟିଏ BMW, ୩ ଟି Fortuner, ୨ ଟି Audi ଏବଂ ୨ ଟି Innova ଗାଡି ଅଛି । ସୁଧୀର କିନ୍ତୁ ସାଧୁ ଜୀବନ ଆପଣାଇବା ପୂର୍ବରୁ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଜଣେ ସଫଳ କପଡା ବ୍ୟବସାୟୀ ରୂପେ ଜଣାଶୁଣା ।

Comments are closed.