ପୁରୀରେ ଗୋଷ୍ଠୀ ସଂଘର୍ଷ: ବାଧ୍ୟରେ ଲାଠିଚାଳନା କଲା ପୋଲିସ

ପୂର୍ବ ଶତୃତାକୁ ଭିତ୍ତି କରି ପୁରୀ ସମୁଦ୍ରକୂଳ ଥାନା ନିକଟସ୍ଥ ହରିଜନ ସାହି ଓ ନୋଳିଆ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ମିଳିଛି । ଏଥିରେ କେତେକ ଲୋକ ଆହତ ହୋଇଥିବା ବେଳେ ବାଇକ୍, କ୍ୟାବିନ୍ ଓ ହୋଟେଲ ଆଦି ଭଙ୍ଗାରୁଜା ହୋଇଥିବାର ଖବର ମିଳିଛି । ଫଳରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସ ସେଠାରେ ଲାଠି ଚାଳନା କରିବାପାଇଁ ବାଧ୍ୟ ହୋଇଛି । ଝିଅମାନଙ୍କୁ କମେଣ୍ଟ ମାରିବା, ନାବାଳକକୁ ମାଡମାରିବା ଆଦି ଘଟଣାକୁ କେନ୍ଦ୍ର କରି ଏହି ଦୁଇ ସାହି ମଧ୍ୟରେ ଏପରି ସଂଘର୍ଷ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.