ଡଙ୍ଗାରୁ ପଡିି ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରୀ

ବୁଢ଼ାବଳଙ୍ଗ ନଦୀର ହଳଦିଆ ଘାଟରେ ଡଙ୍ଗା ଦ୍ୱାରା ନଦୀପାର ହେଉଥିବା ସମୟରେ ପାଣିରେ ଖସିି ଯୁବକ ନିଖୋଜ ଅଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଅଞ୍ଚଳରେ । ନିଖୋଜ ଯୁବକଙ୍କ ନାମ ମହେନ୍ଦ୍ର ରାଉତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ଖବର ଅନୁସାରେ, ହଳଦିଆ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ଗାଁ ଲୋକମାନେ ଡଙ୍ଗାରେ ନଦୀପାର ହୋଇ ଯିବାଆସିବା କରିଥାନ୍ତି । ସେହିପରି ମହେନ୍ଦ୍ର ଡଙ୍ଗାରେ ଯାତାୟତ କରୁଥିବା ସମୟରେ ପାଣିରେ ବୁଡି ଯାଇଥିଲେ । ପରେ ସେଠାରେ ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମବାସୀଙ୍କ ସମେତ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ।

Comments are closed.