ଭାରସାମ୍ୟ ହରାଇ ଶାଳଗଛରେ ପିଟି ହେଲା କାର୍: ୪ ମୃତ, ୧ ଗୁରୁତର

ପୁଣିଥରେ ଭାରସାମ୍ୟ ହରାଇ ଏକ ସୁଇପ୍ଟ କାର୍ ପିଟି ହୋଇଛି ଶାଳଗଛରେ, ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ମୈଦାନକେଲର ସରାଦପୁର ନିକଟରେ । ସତସଙ୍ଗ ସାରି ଫେରୁଥିବା ସମୟରେ କାରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସୂଚନା ମିଳୁଛି । ଘଟଣାରେ କେନ୍ଦୁଝର ମାଇନିଙ୍ଗ କଲେଜର ଅଧ୍ୟକ୍ଷ ତୀର୍ଥବାସୀ ପରିଡା, ଗୌତମ ବିକାଶ ସାହୁ, ପ୍ରଶାନ୍ତ କୁମାର ସାହୁ ଓ ରାଜେଶ୍ୱର ଆଦି ମୁତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.