ବାପାଙ୍କ ଶୁଦ୍ଧିକ୍ରିୟାରେ ସ୍ନାନ କରିବାକୁ ଯାଇ ନାବାଳିକା ମୃତ

କେନ୍ଦ୍ରାପଡା, ଧୀରେନ୍ଦ୍ର ମଲିକ : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାପାଙ୍କର ଶୁଦ୍ଧିକ୍ରିୟାରେ ସ୍ନାନ କରିବାକୁ ଯାଇ ଗାଁ ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି l ନାବାଳିକା ଓ ତାର ଭଉଣୀ ମିଶି ଗାଁର ମହାଦେବ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାର ଗୋଡ଼ ପୋଖରୀ ପାହାଚରେ ତଳକୁ ଖସିଯାଇଥିଲା l ପରେ ଗାଁ ଲୋକ ପୋଖରୀ ଭିତରୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି l

Comments are closed.